ଜାତିସଂଘ ରିପୋର୍ଟରେ ବଡ଼ ଖୁଲାସା

ଲାଲକିଲ୍ଲା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଅଲ-କାଏଦା

ଦିଲ୍ଲୀର ଲାଲକିଲ୍ଲା ଅଞ୍ଚଳରେ ନଭେମ୍ବର ୨୦୨୫ର ଆତଙ୍କବାଦୀ ଆକ୍ରମଣକୁ ନେଇ ଜାତିସଂଘ (UN) ର ଏକ ନୂତନ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି । ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧକ କମିଟି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ରିପୋର୍ଟରେ ଅଲ-କାଏଦା ଇନ୍ ଇଣ୍ଡିଆନ୍ ସବ୍କଣ୍ଟିନେଣ୍ଟ୍ (AQIS) କୁ ଲାଲକିଲ୍ଲା ଆକ୍ରମଣ ପାଇଁ ଦାୟୀ ସଂଗଠନ ବୋଲି ଦର୍ଶାଯାଇଛି । ଏହି ରିପୋର୍ଟ ୧୬ ଡିସେମ୍ବର ୨୦୨୫ ରୁ ୯ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଗତିବିଧି ଉପରେ ଆଧାରିତ । ଯାହାକୁ ଅଗଷ୍ଟ ୨୦୧୬ରେ ସୁରକ୍ଷା ପରିଷଦ ସମ୍ମୁଖରେ ଉପସ୍ଥାପନ କରାଯାଇଛି ।

ଏହି ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା । ଭାରତରେ ଏହି ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) କରୁଛି ।NIA ମେ ୨୦୨୬ରେ ଲାଲକିଲ୍ଲା ଅଞ୍ଚଳରେ ହୋଇଥିବା କାର୍ ବମ୍ ବିସ୍ଫୋରଣ ମାମଲାରେ ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏଜେନ୍ସି ଅନୁଯାୟୀ, ସମସ୍ତ ଅଭିଯୁକ୍ତ ଅଲ-କାଏଦା ସହ ଜଡ଼ିତ ଅନସାର ଗଜୱତ-ଉଲ-ହିନ୍ଦ (AGuH) ର ମଡ୍ୟୁଲ୍ ସହ ସଂପୃକ୍ତ ଥିଲେ । ଅଭିଯୁକ୍ତମାନେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିଲେ ଏବଂ ଏଥିପାଇଁ IED, ରକେଟ୍ ଆଧାରିତ ବିସ୍ଫୋରକ ଓ ଡ୍ରୋନ୍ ବ୍ୟବହାର କରିବାର ପ୍ରୟୋଗ ମଧ୍ୟ କରାଯାଇଥିଲା । ଜାତିସଂଘ ରିପୋର୍ଟରେ AQIS ର ପରିବର୍ତ୍ତିତ କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *