୨୯ ଟଙ୍କା ବଢିଲା LPG ସିଲିଣ୍ଡରର ମୂଲ୍ୟ
ଦେଶରେ ପୁଣି ଥରେ ରୋଷେଇ ଗ୍ୟାସ୍ ବା LPGର ଦାମ୍ ବଢ଼ିଯାଇଛି । ସରକାରୀ ତେଲ କମ୍ପାନିଗୁଡ଼ିକ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୨୯ ଟଙ୍କା ବଢ଼ାଇ ଦେଇଛନ୍ତି । ବିଗତ ୩ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ବୃଦ୍ଧି। ଶିଳ୍ପ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଜୁନ୍ ୭ ରୁ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କାରୁ ବଢ଼ି ୯୪୨ ଟଙ୍କା ହୋଇଯାଇଛି।ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଓ ସଂଘର୍ଷ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହାପୂର୍ବରୁ ଗତ ମାର୍ଚ୍ଚ ୭ ତାରିଖରେ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି କରାଯାଇଥିଲା।
