କବିସୂର୍ୟ୍ୟନଗର ଥାର୍ଡ ଡିଗ୍ରୀ ମାମଲା, ଯାଞ୍ଚ ହେବ ସିସିଟିଭି ଫୁଟେଜ
କବିସୂର୍ୟ୍ୟନଗର ଥାର୍ଡ ଡିଗ୍ରୀ ମାମଲା। ଗଞ୍ଜାମ ଏସପି ଅଫିସରେ ଏଚଆରପିସି ଟିମ। ଥାନାର ସିସିଟିଭି ଫୁଟେଜ ମାଗିଲା ଏଚଆରପିସି। ୨୦ ତାରିଖରୁ ୩୧ ତାରିଖ ଯାଏଁ ଥାନାରେ କ’ଣ କ’ଣ ଘଟିଛି ତାର ସିସିଟିଭି ଫୁଟେଜ ମାଗିଛି ମାନବାଧିକାର କମିସନ । ସେପଟେ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଗତକାଲି ପରିବାର ଲୋକ ରଖିଥିଲେ ତଥ୍ୟ। ମୃତକଙ୍କ ପରିବାରକୁ ପୁଲିସ ବୟାନ ବଦଳାଇବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ଭାଇ ଏନେଇ ଆଣିଛନ୍ତି ବଡ଼ ଅଭିଯୋଗ। ଗତକାଲି ହାଜତ ମୃତ୍ୟୁ ଅଭିଯୋଗ ଘଟଣା ପରେ ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନାର ସବୁ କର୍ମଚାରୀଙ୍କୁ ବଦଳି କରାଯାଇଛି। ବାଲିଛାଇ ଫାଣ୍ଡିର ସବୁ କର୍ମଚାରୀ ବି ବଦଳିଛନ୍ତି।
