ଦିଲ୍ଲୀ ହୋଟେଲ ଅଗ୍ନିକାଣ୍ଡରେ ମାଲିକଙ୍କ ବେଖାତିର ଜବାବ

ହୋଟେଲ ମାଲିକ ଲଭକେଶ ବଜାଜଙ୍କୁ ଅଟକ ରଖିଲା ପୋଲିସ

ଦିଲ୍ଲୀ ମାଲବ୍ୟ ନଗର ହୋଟେଲ ଅଗ୍ନିକାଣ୍ଡ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ହୋଟେଲ ମାଲିକ ଲଭକେସ ବଜାଜଙ୍କୁ ପୋଲିସ ଅଟକ କରିଛି । ପଚରାଉଚରାରେ ହୋଟେଲ ମାଲିକ ଯାହା କହିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ହୋଟେଲ ମାଲିକ କହିଛନ୍ତି, ଭଲ ବେପାର ହେଉଥିଲା, ତେଣୁ ରୁମ୍ ସଂଖ୍ୟା ବଢାଇଥିଲି । ଆଉ ଦିଲ୍ଲୀରେ ଏମିତି ସବୁ ଚାଲେ ।ଖବର ମୁତାବକ, ଦିଲ୍ଲୀର ମାଲବ୍ୟ ନଗର ହୌଜରାନୀ କ୍ଷେତ୍ରରେ ଥିବା ଏକ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ବୁଧବାର ସକାଳେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ହୋଟେଲ ଭିତରେ ଥିବା ଲୋକେ ବାହାରକୁ ବାହାରି ପାରିନଥିଲେ । ସଙ୍ଗେ ସଙ୍ଗେ ପୁରା ହୋଟେଲରେ ନିଆଁ ବ୍ୟାପିଯାଇଥିଲା । ଖବର ମିଳିବା ପରେ ଦମକଳ ବିଭାଗ, ଦିଲ୍ଲୀ ପୋଲିସ, ଆମ୍ବୁଲାନ୍ସ ଓ ଅନ୍ୟ ଉଦ୍ଧାରକାରୀ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚିଥିଲେ ।ହୋଟେଲରେ ନିଆଁ ଲାଗି ୨୧ ଜଣଙ୍କ ଜୀବନ ଚାଲିଯାଇଥିଲା ।

Leave a Reply

Your email address will not be published. Required fields are marked *