ଲେବାନନ୍‌ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୧୬ ମୃତ

ଲେବାନନ୍‌ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଇସ୍ରାଏଲ ଦକ୍ଷିଣ ଲେବାନନ୍ ଉପରେ ଭୟଙ୍କର ଆକ୍ରମଣ କରିଛି । ଫଳରେ ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଅନେକ ଆହତ ହୋଇଥିବା ସହ ଅନେକ ନିଖୋଜ ଥିବା ଜଣାପଡିଛି ।ଲେବାନନର ଜାତୀୟ ସମ୍ବାଦ ଏଜେନ୍ସି (NNA)ର ରିପୋର୍ଟ ଅନୁସାରେ, ଦକ୍ଷିଣ ଲେବାନନର ନବାତିୟେହ ଜିଲ୍ଲାରେ ଇସ୍ରାଏଲୀ ବିମାନ ଆକ୍ରମଣରେ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ କିମ୍ବା ନିଖୋଜ ରହିଛନ୍ତି । ସାରା ରାତି ଧରି ଚାଲିଥିବା ବୋମାମାଡ଼ ଏହି ଅଞ୍ଚଳ ଉପରେ ହୋଇଥିବା ସବୁଠାରୁ ଭୟଙ୍କର ଇସ୍ରାଏଲୀ ଆକ୍ରମଣମାନଙ୍କ ମଧ୍ୟରୁ ଗୋଟିଏ ବୋଲି ସଂସ୍ଥା କହିଛି । ମଧ୍ୟରାତ୍ର ପରେ ଅନେକ ଘରକୁ ଟାର୍ଗେଟ କରାଯାଇଥିଲା ବୋଲି ମଧ୍ୟ ଏଜେନ୍ସି କହିଛି ।ସୂଚନାନୁଯାୟୀ, ନାବାତିହ ସହର, କାଫ୍ର ଜୋଜ୍ ଏବଂ ନିକଟବର୍ତ୍ତୀ ଅନେକ ସହର ଉପରେ ଇସ୍ରାଏଲୀ ପକ୍ଷରୁ ଗୁଳିବର୍ଷଣ କରାଯାଇଥିଲା । ଏହା ପରେ କାଫ୍ର ତିବନିଟ୍ ଏବଂ ରେହାନ୍ ହାଇଟ୍ସକୁ ଟାର୍ଗେଟ କରି ଅନେକ ବିମାନ ଆକ୍ରମଣ କରାଯାଇଥିଲା । ନାବାତିହ ସହର ଓ ହାରୁଫରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅଲ-ଶର୍କିୟା ଏବଂ ଡୁଇର ମଧ୍ୟରେ ଥିବା ଗୋଟିଏ ଘର ଉପରେ ହୋଇଥିବା ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ କଫର ସିର ସହରରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *