ହର୍ମୁଜ୍‌ରେ ୨ ଟ୍ୟାଙ୍କର୍ ଉପରେ ଆକ୍ରମଣ କଲା ଇରାନ

ହର୍ମୁଜ୍‌ରେ ୨ ଟ୍ୟାଙ୍କର୍ ଉପରେ ଆକ୍ରମଣ କଲା ଇରାନ

ଇରାନ-ଆମେରିକା ଯୁଦ୍ଧ ଭୟଙ୍କର ରୂପ ନେଇଛି। ଆମେରିକୀୟ ସେନା ଲଗାତାର ସପ୍ତମ ରାତିରେ ଆକ୍ରମଣ କରିଥିବାବେଳେ ଇରାନ ଆକ୍ରମଣରେ ହର୍ମୁଜ୍ ପ୍ରଣାଳୀରେ ଦୁଇଟି ତୈଳ ଟ୍ୟାଙ୍କର୍ ବିସ୍ଫୋରଣ ହୋଇଥିବା ରିପୋର୍ଟ କରାଯାଇଛି। ଇରାନର ରିଭୋଲ୍ୟୁସନାରୀ ଗାର୍ଡସ କହିଛି, ହର୍ମୁଜ ପ୍ରଣାଳୀ ପାର କରିବାକୁ ଚେଷ୍ଟା କରିବା ସମୟରେ ସମୁଦ୍ର ମାଇନ୍ସ ଯୋଗୁଁ ଦୁଇଟି ତେଲ ଟ୍ୟାଙ୍କର୍‌ରେ ନିଆଁ ଲାଗିଯାଇଥିଲା। ତେଲ ଟ୍ୟାଙ୍କର୍ ଦୁଇଟି ଲୁଚି ଆମେରିକୀୟ ଗୁଇନ୍ଦା ସଂସ୍ଥା ଦ୍ୱାରା ହର୍ମୁଜ୍ ପ୍ରଣାଳୀର ଦକ୍ଷିଣରେ ଥିବା ସାମୁଦ୍ର ମାଇନ୍ସ ବିଛାଯାଇଥିବା ଅଞ୍ଚଳ ଦେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ଟ୍ୟାଙ୍କରଗୁଡ଼ିକରେ ନିଆଁ ଲାଗିଯାଇଥିଲା। ତେବେ ଜାହାଜଗୁଡ଼ିକ କାହାର ସେନେଇ ଇରାନ କୌଣସି ସୂଚନା ପ୍ରଦାନ କରିନାହିଁ।

Leave a Reply

Your email address will not be published. Required fields are marked *