ଗର୍ଭଗୃହ-ନାଟମଣ୍ଡପ ସଂରକ୍ଷଣ କାର୍ଯ୍ୟର ଅନୁଧ୍ୟାନ

ଶ୍ରୀମନ୍ଦିରରେ ଏଏସଆଇ ଟିମ୍ ର ଯାଞ୍ଚ

ଶ୍ରୀମନ୍ଦିରରେ ଏଏସଆଇ ଟିମ୍। ଏଏସଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ଅନୁଧ୍ୟାନ କରିଛନ୍ତି। ସେଣ୍ଟ୍ରାଲ ବିଲ୍ଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ମାଡ୍ରାସ ଆଇଆଇଟି ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ସହ ଭୋଗ ମଣ୍ଡପ ର ମରାମତି ଓ ସଂରକ୍ଷଣ କାର୍ୟ୍ୟ କରାଯାଉଛି। ସେହିପରି ନାଟମଣ୍ଡପ କୁ ଶୀତତାପ ନିୟନ୍ତ୍ରିତ କରାଯିବ। ଏଥିପାଇଁ କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି।

ସେହିପରି ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି କାର୍ୟ୍ୟ କରାଯିବ।ମହାପ୍ରଭୁଙ୍କ ରାହୁ ରେଖା, ଝୋବା, ସୁନା ଚିତା, ରୂପା ରସିକ ସୁନା ଥଣ୍ଟିଆର ଗଣତି ମଣତି କାର୍ୟ୍ୟ ସହିତ ଥ୍ରୀଡି ସ୍କାନିଙ୍ଗ କରାଯିବ। ଶ୍ରୀମନ୍ଦିରରେ ଏଏସଆଇ ଟିମ୍, ଗର୍ଭଗୃହ-ନାଟମଣ୍ଡପ ସଂରକ୍ଷଣ କାର୍ଯ୍ୟର ଅନୁଧ୍ୟାନ

Leave a Reply

Your email address will not be published. Required fields are marked *