ନୋଏଡ଼ା ଏୟାରପୋର୍ଟରୁ ଉଡ଼ିଲା ବିମାନ
୨୫ ବର୍ଷ ଅପେକ୍ଷା ଶେଷରେ ପୂରଣ ହୋଇଛି । ନୋଏଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ପ୍ରଥମ କର୍ମସିଆଲ ବିମାନ ଉଡ଼ାଣ ଭରି ଇତିହାସ ରଚିଛି । ଇଣ୍ଡିଗୋ ବିମାନ ୧୭୨ ଚାଷୀଙ୍କୁ ନେଇ ଲକ୍ଷ୍ନୌ ପାଇଁ ଉଡ଼ାଣ ଭରିଛି । ଯେଉଁ ଚାଷୀମାନେ ଏୟାରପୋର୍ଟ ନିର୍ମାଣ ପାଇଁ ନିଜ ଜମି ଦେଇଥିଲେ, ସେମାନଙ୍କୁ ଧରି କେନ୍ଦ୍ର ନାଗରିକ ଉନ୍ନୟନ ମନ୍ତ୍ରୀ ରାମ ମୋହନ ନାଇଡୁ ଉଡ଼ାଣ ଭରିଛନ୍ତି ।ନୋଏଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ପ୍ରଥମ କର୍ମସିଆଲ ଉଡ଼ାଣ ଲକ୍ଷ୍ନୌ ପାଇଁ ଭରି ଇଣ୍ଡିଗୋ । ଏହି ବିମାନରେ ମେଗା ପ୍ରୋଜେକ୍ଟ ପାଇଁ ନିଜ ଜମି ଦେଇଥିବା ଚାଷୀ ଉଡ଼ାଣ ଭରିଛନ୍ତି । ଲକ୍ଷ୍ନୌ ପହଞ୍ଚିବା ବେଳେ ଚାଷୀମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ କରିବେ । ସକାଳ ୮.୦୫ ମିନିଟରେ ଲକ୍ଷ୍ନୌ ଚୌଧୁରୀ ଚରଣ ସିଂ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ସଫଳତାପୂର୍ବକ ଜେୱର ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା । ଏହାସହିତ ଏୟାରପୋର୍ଟରୁ ନିୟମିତ ଭାବେ ବିମାନ ସେବା ଆରମ୍ଭ ହୋଇଛି ।
