ଆହତଙ୍କୁ ଭେଟିଲେ ଅମିତ ଶାହା
କୋଲକାତା ମେଡିକାଲ କଲେଜ ଏବଂ ହସ୍ପିଟାଲରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଚୋରବାଗାନ ଦୁର୍ଗାପୂଜା ପେଣ୍ଡାଲରେ ଘଟିଥିବା ଦଳାଚକଟାରେ ଆହତ ହୋଇଥିବା ଲୋକମାନଙ୍କୁ ଭେଟିଛନ୍ତି । ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି ।ପ୍ରବଳ ବର୍ଷା ଯୋଗୁଁ ବାହାରେ ଅପେକ୍ଷା କରିଥିବା ଦର୍ଶକମାନେ ହଠାତ୍ ପେଣ୍ଡାଲ ଭିତରକୁ ପଶିବାକୁ ଚେଷ୍ଟା କରିବାରୁ ଏହି ଅଘଟଣ ଘଟିଥିଲା । ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ନେତୃତ୍ୱରେ ଏକ SIT ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
