ଏଥର ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଆକଳନ । ଚଳିତ ବର୍ଷ ଏଲନିନୋ ପ୍ରଭାବରେ ସ୍ୱାଭାବିକ ଠାରୁ କମ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏପଟେ ଓଡ଼ିଶାରେ ଅସହ୍ୟ ତାତି ଓ ଗୁଳଗୁଳି ଜନଜୀବନକୁ ବ୍ୟତିବ୍ୟସ୍ତ କରିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଆଗରୁ ତାତିରୁତ୍ରାହି ମିଳିବ ନାହିଁ । ମୌସୁମୀ ଋତୁରେ ବର୍ଷାକୁ ନେଇ ଭାରତୀୟ ପାଣପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢାଇ ଦେଇଛି। ଏଲନିନୋ ପ୍ରଭାବ ସଂପର୍କିତ ଆକଳନ ଅନୁସାରେ ଏଥର ମୌସୁମୀ ରୁତୁରେ ସ୍ୱାଭାବିକ ଠାରୁ କମ ବର୍ଷା ହେବ। ହାରାହାରି ୯୬-୧୦୪% ବର୍ଷା ହେଲେ ତାହାକୁ ସ୍ବାଭାବିକ ବର୍ଷା ବୋଲି କୁହାଯାଇଥାଏ। କିନ୍ତୁ ଆଇଏମଡିର ଆକଳନ, ଚଳିତ ବର୍ଷ ୯୨% ବର୍ଷା ସମ୍ଭାବନା। ଅର୍ଥାତ ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକ ଠାରୁ ୪% କମ୍ ବର୍ଷା ପୂର୍ବାନୁମାନ କରାଯାଇଛି। ସାରା ଦେଶରେ ଜୁନ୍ରୁ ସେପ୍ଟେମ୍ବର, ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷାର ପରିମାଣ ୮୭ ସେମି ରହିବ ବୋଲି କହିଛି ପାଣିପାଗ ବିଭାଗ।
