ଏପ୍ରିଲ ମାସ ଆରମ୍ଭରୁ ଡ଼ହଡ଼ହ ଖରା

ବିଭିନ୍ନ ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି

ଏପ୍ରିଲ ମାସ ଆରମ୍ଭରୁ ଡ଼ହଡ଼ହ ଖରା । ଉପକୂଳରୁ ଉପାନ୍ତ ସବୁଠି ତାତି । ଆଜିଠୁ ଆହୁରି ବଢ଼ିବ ଖରା । ୯ ଜିଲ୍ଲାରେ ୪୦ ଡିଗ୍ରୀ ଟପିଲା ଖରା । ଆଗାମୀ ୫ ଦିନ ଯାଏ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୯ ତାରିଖ ଯାଏ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳିବ ନାହିଁ । ତାପମାତ୍ରା ଆହୁରି ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ସହ ପଣା ସଂକ୍ରାନ୍ତି ଅର୍ଥାତ୍ ଆଜି ଠାରୁ ବଢ଼ିବ ତାତିର ପ୍ରକୋପ । ହିଟ୍ ଓ୍ବେଭ ଏବଂ ଅଂଶୁଘାତ ଜନିତ ବିପଦରୁ ରକ୍ଷା ପାଇବା ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି ।ଆଜି ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ଗଂଜାମ,ଗଜପତି, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ରେ ଅସହ୍ୟ ଗରମ ସହ ଗୁଳୁଗୁଳିର ସମ୍ଭାବନା ଥିବା ବେଳେ ଜିଲାଗୁଡ଼ିକୁ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେବଳ ଉପକୂଳ ନୁହେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର , ବରଗଡ଼, ଝାରସୁଗୁଡା ଓ ସମ୍ବଲପୁରରେ ବି ଉଷ୍ମ ଓ ଆଦ୍ର ସ୍ଥିତି କୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ।

Leave a Reply

Your email address will not be published. Required fields are marked *