ଜଳିଗଲା ୧୦ରୁ ଅଧିକ ଫ୍ଲାଟ୍

ୟୁପି ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ

ୟୁପି ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ । ଗାଜିଆବାଦ ଇନ୍ଦିରାପୁରମର ଅଭୟ ଖଣ୍ଡରେ ଥିବା ଗୌର ଗ୍ରୀନ୍ ଆଭେନ୍ୟୁ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ମହଲାକୁ ବ୍ୟାପି ଯାଇଛି । ଏପରିକି ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରୁ ମଧ୍ୟ କଳା ଧୂଆଁ ଦେଖାଯାଉଛି । ୧୦ ରୁ ୧୨ଟି ଫ୍ଲାଟ୍ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି ।ଘଟଣାସ୍ଥଳରେ ୧୧ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଉପର ମହଲା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ହାଇ-କ୍ରେନ୍ ବ୍ୟବହାର କରାଯାଉଛି । ଏପର୍ଯ୍ୟନ୍ତ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଅଗ୍ନିକାଣ୍ଡ ଘଟିଥିବା ସୋସିଆଇଟର ଉପର ସୋସାଇଟିର ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି ।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଗୌର ଗ୍ରୀନ୍ ଆଭେନ୍ୟୁ ସୋସାଇଟିରେ ନବମ ମହଲାର ଏକ ଫ୍ଲାଟରେ ସର୍ଟ ସର୍କିଟ୍ କିମ୍ବା ଏସି କମ୍ପ୍ରେସର ଫାଟିବା ଯୋଗୁଁ ନିଆଁ ଲାଗିଥାଇପାରେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନକୁ ତୁରନ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *