ଲ୍ୟାଣ୍ଡଫଲ୍ ଜାରି, ଓଡ଼ିଶାରେ ଲଗାଣ ବର୍ଷା
‘ଅର୍ଣ୍ଣବ’ର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେଉଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପବନର ବେଗ ବଢ଼ୁଛି । ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବାତ୍ୟାର ପ୍ରଭାବରେ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ଆଶଙ୍କା ରହିଛି ।
ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ହାଇଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ସମେତ ଅନ୍ୟ କେତେକ ଜିଲ୍ଲାରେ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି ।
