ରାଜ୍ୟରେ ଜାରି ରହିଛି ହିଟ୍‌ୱେଭ୍‌

ପ୍ରବଳ ଖରା ନେଇ ସତର୍କ କଲା କେନ୍ଦ୍ର

ରାଜ୍ୟରେ ଜାରି ରହିଛି ହିଟ୍‌ୱେଭ୍‌, ପ୍ରବଳ ଖରା ନେଇ ସତର୍କ କଲା କେନ୍ଦ୍ର। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅଧିକ ଦିନ ଗ୍ରୀଷ୍ମଲହରି ଅନୁଭୂତ ହେବ। ଏଥିପାଇଁ ଆଗୁଆ ସତର୍କ ରହିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖାଯାଇଛି। ଅଂଶୁଘାତ ପରିଚାଳନା ୟୁନିଟ୍ କାର୍ୟ୍ୟକ୍ଷମ କରିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି। ଭାରତୀୟ ପାଣିପାଗ ପକ୍ଷରୁ ସଦ୍ୟ ଜାରି କରାଯାଇଥିବାସୂଚନାକୁ ନେଇ ଏହି ସତର୍କବାଣୀ ଜାରି କରାଯାଇଛି। ଆଇଏମ୍‌ଡି ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ୍‌ରୁ ଜୁନ୍ ମଧ୍ୟରେ ପୂର୍ବ ଭାରତ, କେନ୍ଦ୍ରୀୟ ଭାରତ, ଉତ୍ତର ପଶ୍ଚିମ ଭାରତ ସମେତ ଦକ୍ଷିଣ-ପୂର୍ବ ଭାରତରେ ସ୍ବାଭାବିକ ଠାରୁ ଅଧିକ ଦିନ ଗ୍ରୀଷ୍ମଲହରି ଅନୁଭୂତ ହେବ। ଏପଟେ ରାଜ୍ୟରେ ଜାରି ରହିଛି ତାତି। ପଶ୍ଚିମ ଓଡ଼ିଶାରେ ତାତିର ଜ୍ବାଳା ଥମିବାର ନାଁ ନେଉନି। ଗତ ୫ ଦିନ ଧରି ଝାରସୁଗୁଡ଼ାରେ ୪୪ ଡିଗ୍ରି ଉପରେ ରହୁଛି ତାପମାତ୍ରା। ଖାଲି ଝାରୁସୁଗୁଡ଼ା କାହିଁ, ସମ୍ବଲପୁର, ରାୟଗଡ଼ା, ସୁନ୍ଦରଗଡ଼, ଅନୁଗୁଳ, ହୀରାକୁଦ, ଟିଟଲାଗଡ଼, ବଲାଙ୍ଗୀର, ଭବାନିପାଟଣା ଆଦି ସ୍ଥାନରେ ୪୦ ଡିଗ୍ରି ଉପରେ ରହୁଛି ତାପମାତ୍ରା।

Leave a Reply

Your email address will not be published. Required fields are marked *