ପୁଣି ଆସୁଛି ଲଘୁଚାପ, ପ୍ରବଳ ବର୍ଷିବ

୨୨ରେ ପୁଣି ଲଘୁଚାପ, ବଢ଼ିବ ବର୍ଷାର ପ୍ରକୋପ

୨୨ରେ ପୁଣି ଲଘୁଚାପ। ବଢ଼ିବ ବର୍ଷାର ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓଡ଼ିଶା ଦେଇ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା ପ୍ରଭାବରେ ଓଡ଼ିଶାରେ ପାଗରେ ପରିବର୍ତ୍ତନ ଆସିଛି । ତେବେ ଲଘୁଚାପ ଯିବା ସତ୍ତ୍ବେ ଓଡ଼ିଶା ଉପରେ ଏବେ ବି ବର୍ଷା ସମ୍ଭାବନା ରହିଛି ।ମୌସୁମୀ ଟ୍ରଫ୍ ଲାଇନ ସକ୍ରିୟ ରହିଥିବାରୁ ଏହା ରାଜ୍ୟରେ ବର୍ଷା କରାଇବା ନେଇ ଆକଳନ କରାଯାଉଛି । ୨୦ ସେପ୍ଟେମ୍ବର ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହି ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପ୍ରାୟ ୨୨ ସେପ୍ଟେମ୍ବର ବେଳକୁ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ଉପକୂଳ ନିକଟକୁ ଆସିପାରେ । ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏହା କେତେ ଶକ୍ତିଶାଳୀ ହେବ, କେଉଁ ଦିଗକୁ ଯିବ ଏବଂ କେଉଁ ଅଞ୍ଚଳରେ ଅଧିକ ବର୍ଷା କରାଇବ ତାହା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *