ଭୁଶୁଡି ପଡିଲା ୪ ମହଲା କୋଠା, ୨ ମୃତ

ଭୁଶୁଡି ପଡିଲା ୪ ମହଲା କୋଠା, ୨ ମୃତ

ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର କୋଟମା ସହରରେ ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ଏହି ଦୁର୍ଘଟଣା ଘଟିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ଶାହଡୋଲକୁ ପଠାଯାଇଛି । କିଛି ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ପୋଲିସ ଅଧିକାରୀ କହିଛନ୍ତି । ତେଣୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *