ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ

ବୀମା ନଥିଲେ ପେଟ୍ରୋଲ ବନ୍ଦ

ବୀମା ନଥିଲେ ପେଟ୍ରୋଲ ବନ୍ଦ । ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ପଦକ୍ଷେପ । ଦେଶରେ ଥାର୍ଡ ପାର୍ଟି ମୋଟର ବୀମାକୁ ବାଧ୍ୟତାମୂଳକ କରିବା ଦିଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବୈଧ ଥାର୍ଡ ପାର୍ଟି ବୀମା ନଥିବା ଗାଡ଼ିକୁ ପେଟ୍ରୋଲ ପମ୍ପରେ ଇନ୍ଧନ ନ ଦେବା ବ୍ୟବସ୍ଥାକୁ ପାଇଲଟ୍ ପ୍ରକଳ୍ପ ଭାବେ ବିଚାର କରିବାକୁ ସୁପ୍ରିମକୋର୍ଟ IRDA ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।ଜଷ୍ଟିସ ସଞ୍ଜୟ କରୋଲ ଓ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି ଯେ ଦେଶରେ ବହୁ ସଂଖ୍ୟକ ଗାଡ଼ି ଥାର୍ଡ ପାର୍ଟି ବୀମା ବିନା ଚାଲୁଛି। ଫଳରେ ସଡ଼କ ଦୁର୍ଘଟଣାରେ ପୀଡ଼ିତମାନେ କ୍ଷତିପୂରଣ ପାଇବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହା ବାଧ୍ୟତାମୂଳକ ଆଦେଶ ନୁହେଁ, ବରଂ ପାଇଲଟ୍ ପ୍ରକଳ୍ପ ଭାବେ ବିଚାର କରିବାକୁ ଦିଆଯାଇଥିବା ପ୍ରସ୍ତାବ । ପେଟ୍ରୋଲ ପମ୍ପରେ ANPR ଅର୍ଥାତ Automatic Number Plate Recognition କ୍ୟାମେରା ମାଧ୍ୟମରେ ଗାଡ଼ିର ବୀମା ସ୍ଥିତି ଯାଞ୍ଚ କରି ଇନ୍ଧନ ଯୋଗାଣ ବ୍ୟବସ୍ଥା କରାଯାଇପାରିବ ବୋଲି କୁହାଯାଇଛି ।ଏହା ସହିତ ANPR କ୍ୟାମେରାକୁ VAHAN ପୋର୍ଟାଲ ଓ Insurance Information Bureau ସହ ସଂଯୋଗ କରି ବୀମାହୀନ ଗାଡ଼ିକୁ ସ୍ୱୟଂଚାଳିତ ଇ-ଚାଲାଣ ଜାରି କରିବା, ପୁଲିସକୁ ରିଅଲ୍-ଟାଇମ୍ ଯାଞ୍ଚ ବ୍ୟବସ୍ଥା ଦେବା ଏବଂ ନୂଆ କାର ପାଇଁ ୪ ବର୍ଷ ଓ ନୂଆ ଦୁଇଚକିଆ ପାଇଁ ୬ ବର୍ଷର ବାଧ୍ୟତାମୂଳକ ଥାର୍ଡ ପାର୍ଟି ବୀମା ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *