କଟକ ସିଡିଏ ସେକ୍ଟର-୧୦ ରେ ଅଗ୍ନିକାଣ୍ଡ । ପିଏନଜି ଗ୍ୟାସ ଲାଇନ୍ ଲିକ୍ କାରଣରୁ ଲାଗିଲା ନିଆଁ । ତୁରନ୍ତ ନିଆଁକୁ ଆୟତ୍ତ କଲେ ସିଡିଏ ଅଗ୍ନିଶମ ବାହିନୀ । ଏଥିରେ କେହି ଆହତ ହୋଇନାହାନ୍ତି । ପାଖରେ ଥିବା ଏକ ଜଳଖିଆ ଦୋକାନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ମୋଟ ୪ଟି ସ୍ଥାନରେ ଗ୍ୟାସ୍ ପାଇପ୍ ଲିକ୍ ହୋଇଥିଲା ।
ପିଏନଜି ଗ୍ୟାସ ଲାଇନ୍ ଲିକ୍ କାରଣରୁ ଲାଗିଲା ନିଆଁ
