ସୋନମ ଓ୍ୱାଙ୍ଗଚୁକ ହସ୍ପିଟାଲରେ ଭର୍ତ୍ତି

ସୋନମ ଓ୍ୱାଙ୍ଗଚୁକଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ

ଦିଲ୍ଲୀର ଯନ୍ତର ମନ୍ତରଠାରେ ବିଗତ ୨୦ ଦିନ ଧରି ଅନଶନରେ ବସିଥିବା ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀ ପୁଲିସ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରିଛି । NEET ପରି ବଡ଼ ପରୀକ୍ଷାରେ ପେପର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସେ ଜୁନ୍ ୨୮ରୁ ଅନଶନ କରୁଥିଲେ ।ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ତାଙ୍କର ବିଗୁଡ଼ୁଥିବା ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ପୁଲିସ ଏହି ପଦକ୍ଷେପ ନେଇଛି । ୱାଙ୍ଗଚୁକ ଜଣାଇଛନ୍ତି ଯେ ଅନଶନ ଯୋଗୁଁ ତାଙ୍କ ଶରୀରର ଓଜନ ପ୍ରାୟ ୨୦ ପ୍ରତିଶତ କମିଯାଇଛି। ସେ ଛାତ୍ରମାନଙ୍କ ଭବିଷ୍ୟତ ଏବଂ ପରୀକ୍ଷା ପ୍ରଣାଳୀରେ ସ୍ୱଚ୍ଛତା ପାଇଁ ସରକାରଙ୍କ ଜବାବଦେହିତା ଦାବି କରିଛନ୍ତି ।ୱାଙ୍ଗଚୁକଙ୍କୁ ହସ୍ପିଟାଲ ନିଆଯିବା ପରେ ପ୍ରଦର୍ଶନ ସ୍ଥଳରୁ ଅନ୍ୟମାନଙ୍କୁ ହଟାଇ ଦିଆଯାଇଛି। ଏଥିସହ ସେ ଜୁଲାଇ ୨୦ରେ ‘ଚଲୋ ସଂସଦ’ ମାର୍ଚ୍ଚ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *