୪ ପ୍ରତିଶତ ହ୍ରାସ ପାଇଛି କ୍ରୁଡ୍ ଅଏଲ୍
ହ୍ରାସ ପାଇଲା ଅଶୋଧିତ ତୈଳ ଦର । ୪ ପ୍ରତିଶତ ହ୍ରାସ ପାଇଛି କ୍ରୁଡ୍ ଅଏଲ୍ । ଇରାନ ସହ ଐତିହାସିକ ଶାନ୍ତି ଚୁକ୍ତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ଅଶୋଧିତ ତୈଳ ଦର ଖସିଛି । ବ୍ୟାରେଲ୍ ପିଛା ୮୪ ଡଲାରକୁ କମିଛି ଅଶୋଧିକ ତୈଳ ଦର । ଫଳରେ ଆଗକୁ ତେଲ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି। ଇରାନ-ଆମେରିକା ଯୁଦ୍ଧ ଯୋଗୁଁ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିଲା । ଏହାର ସିଧାସଳଖ ପ୍ରଭାବ ପଡ଼ିଥିଲା ଭାରତ ଉପରେ। କ୍ରୁଡ୍ ଅଏଲ୍ ଦର ବୃଦ୍ଧି ଯୋଗୁଁ ଦେଶରେ ବିଭିନ୍ନ ପର୍ଯ୍ୟାୟରେ ପେଟ୍ରୋଲ ଡିଜେଲ ଦର ମଧ୍ୟ ବଢ଼ିଥିଲା ।
