ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ କ୍ରାଇମସିନ୍ ରିକ୍ରିଏସନ୍

ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ କ୍ରାଇମସିନ୍ ରିକ୍ରିଏସନ୍

ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ କ୍ରାଇମସିନ୍ ରିକ୍ରିଏସନ୍। ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ୍ କରୁଛି ପୋଲିସ । କେମିତି ଅପହରଣ କରିଥିଲେ? କାହିଁକି ଅପହରଣ କଲେ ଏବଂ କେମିତି ହତ୍ୟା କଲେ? ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ । ମାମଲାରେ ଗିରଫ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିଛି ପୋଲିସ । ୫ ଅଭିଯୁକ୍ତ ହେଲେ ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ର । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅନେକ ତଥ୍ୟ ପାଇଛି ପୋଲିସ । ଗୋପାଳପୁର ଥାନାରେ ସେମାନଙ୍କୁ ରଖି ପୋଲିସର ବରିଷ୍ଠ ଅଧିକାରୀ ମାନେ ମାରାଥନ ଜେରା କରୁଛନ୍ତି । ସେପଟେ ହତ୍ୟାକାଣ୍ଡ ପଛରେ ଝିଆରୀର ପ୍ରେମ ସମ୍ପର୍କ ପ୍ରସଙ୍ଗ ସାମ୍ନାକୁ ଆସିଛି ।