ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା
ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କର ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରଥଖଳା । ତିନି ରଥର ବିଶ୍ଵକର୍ମାମାନେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି । ତୁମ୍ବ ନିର୍ମାଣରେ ଲାଗିଛନ୍ତି ବିଶ୍ଵକର୍ମା ମହାରଣା । ତିନି ରଥ ପାଇଁ ୪୨ଟି ତୁମ୍ବ ଗୋଲେଇ ସମ୍ପୂର୍ଣ୍ଣ ଶେଷ ହୋଇଛି । ଆଜି ତୁମ୍ବରେ ବିନ୍ଧ ଅନୁକୂଳ ହୋଇଛି ।
