ଗାଇଡ୍ ଲାଇନ୍ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ

ପୂଜା କମିଟିଗୁଡିକୁ କମିଶନରେଟ୍ ପୋଲିସର ଶକ୍ତ ଚେତାବନୀ

ଟ୍ବିନ ସିଟିରେ ପୂଜା କମିଟିଗୁଡିକୁ କମିଶନରେଟ୍ ପୋଲିସର ଶକ୍ତ ଚେତାବନୀ। ଗାଇଡ୍ ଲାଇନ୍ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ। ପୋଲିସର କାମ ସୁରକ୍ଷା ପ୍ରଦାନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ। କିନ୍ତୁ ପୂଜା ଆୟୋଜନରେ ପୂଜା କମିଟିଗୁଡିକ ସମ୍ପୂର୍ଣ୍ଣ ଉତ୍ତରଦାୟୀ। ସିସିଟିଭି ଲଗାଇବା, ସ୍ବେଚ୍ଛାସେବୀ ନିୟୋଜିତ କରିବା ଓ ପର୍ଯ୍ୟପ୍ତ ଅଗ୍ନୀ ନିରାପତ୍ତା ବ୍ୟବସ୍ଥା ରଖିବା ଦାୟିତ୍ବ ପୂଜା କମିଟିର କାମ।ଏଥିରେ ୧ ପ୍ରତିଶତ ମଧ୍ୟ ଖିଲାପ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାନବୀ ଦେଇଛନ୍ତି ପୋଲିସ କମିଶନର। କହିଛନ୍ତି, କଟକ-ଭୁବନେଶ୍ୱରରେ ୧୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ​ମଣ୍ଡପଗୁଡ଼ିକ ପାଇଁ ସୁରକ୍ଷା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ​ସମସ୍ତ ପୂଜା କମିଟି ଓ ଆୟୋଜକଙ୍କୁ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପୋଲିସ ନିର୍ଦ୍ଦେଶ ଦେଇଛି। ବିଶେଷକରି ମଣ୍ଡପଗୁଡ଼ିକର ଗଠନମୂଳକ ନିରାପତ୍ତା , ବିଦ୍ୟୁତ ସୁରକ୍ଷା ଏବଂ ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

Leave a Reply

Your email address will not be published. Required fields are marked *