ପେପର ଲିକ୍ ସଂଶୋଧନ ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ

ପେପର ଲିକ୍ ସଂଶୋଧନ ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ

NEET ପେପର ଲିକ୍‌କୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ ପେପର ଲିକ୍ ବିରୋଧୀ ଆଇନକୁ ଆହୁରି କଠୋର କରିଛନ୍ତି କେନ୍ଦ୍ର ସରକାର। ପବ୍ଲିକ୍ ଏକ୍ଜାମିନେସନ୍ସ ଆକ୍ଟ, ୨୦୨୪ର ସଂଶୋଧନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବାବେଳେ, ଏହାକୁ ଆସନ୍ତା ସୋମବାର ଲୋକସଭାରେ ଉପସ୍ଥାପନ କରାଯାଇପାରେ।

ସଂଶୋଧନ ଅନୁଯାୟୀ, ପେପର ଲିକ୍ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯିବ। ଏହି କୋର୍ଟରେ ମାମଲାର ଶୁଣାଣି ଓ ରାୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବ୍ୟବସ୍ଥା ରହିବ।ନୂଆ ବ୍ୟବସ୍ଥାରେ ପେପର ଲିକ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ ସହ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପ୍ରସ୍ତାବ ରହିଛି। ବର୍ତ୍ତମାନ ଆଇନରେ ୩ରୁ ୫ ବର୍ଷ ଜେଲ୍ ଏବଂ ସର୍ବାଧିକ ୧୦ ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପେପର ଲିକ୍ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଆଇନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସରକାର ଏହି ସଂଶୋଧନ ଆଣିଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *