ବିମାନବନ୍ଦରରେ ଯାତ୍ରୀମାନଙ୍କର ହେବ ଥର୍ମାଲ ସ୍କାନିଂ ।

ଇବୋଲା ପାଇଁ ଭୁବନେଶ୍ବର ଏୟାରପୋର୍ଟରେ ସତର୍କତା

ଇବୋଲା ପାଇଁ ଭୁବନେଶ୍ବର ଏୟାରପୋର୍ଟରେ ସତର୍କତା । ବିମାନବନ୍ଦରରେ ଯାତ୍ରୀମାନଙ୍କର ହେବ ଥର୍ମାଲ ସ୍କାନିଂ । କେନ୍ଦ୍ର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଇବୋଲା ଭାଇରସ ଉପରେ ସମସ୍ତ ବିମାନ ବନ୍ଦରକୁ ସତର୍କତା ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ମଧ୍ୟ ସତର୍କତା କଡ଼ାକଡ଼ି କରାଯାଇଛି ।ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ସହ ୨୧ ଦିନର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯିବ। ଯଦି କାହା ଉପରେ ସନ୍ଦେହ ହୁଏ, ତେବେ ନିର୍ଦ୍ଦିଷ୍ଟ ଗାଇଡଲାଇନ ଆଧାରରେ ପରୀକ୍ଷା କରାଯିବ। ଆନ୍ତର୍ଜାତିକ ବିମାନବନ୍ଦର ହୋଇଥିବାରୁ ଯାତ୍ରୀଙ୍କ ଯାଞ୍ଚ ଉପରେ ଅଧିକ ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ । ଆମର କେବଳ ବ୍ୟାଙ୍କକକୁ ସିଧାସଳଖ ବିମାନ ସେବା ରହିଛି । ସେଠାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *