ହଙ୍ଗାମାରେ ସରିଲା ଛାତ୍ର ସଂସଦ ନିର୍ବାଚନ

ଉତ୍କଳରେ ABVPର ଅଭିରାମ, ରମାଦେବୀରେ BCJDର ସୋନାଲି

ହଙ୍ଗାମାରେ ସରିଲା ଛାତ୍ର ସଂସଦ ନିର୍ବାଚନ । ଭୋଟ ଗଣତି ପରେ ଫଳାଫଳ ଘୋଷଣା । ସରଗରମ କ୍ୟାମ୍ପସ । ନାଚ ଗୀତରେ କମ୍ପିଲା କଲେଜ ଓ ବିଶ୍ବବିଦ୍ୟାଳୟ ପରିସର । ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୟୀ ହୋଇଛି ABVP । ସଭାପତି ଭାବେ ବିଜୟୀ ହୋଇଛନ୍ତି ଅଭିରାମ ମିଶ୍ର । ସେହିଭଳି ସାଧାରଣ ସମ୍ପାଦକ ଭାବରେ ବିଜୟୀ ହୋଇଛନ୍ତି ABVP ପ୍ରାର୍ଥୀ ଆୟୁଷ୍ରୀ ପ୍ରଧାନ । ଯୁଗ୍ମ ସାଧାରଣ ସଂପାଦକ BCJDର ଜ୍ୟୋତିଶ୍ରୀ ସାହୁ ଏବଂ କଲଚରାଲ କ୍ଲବ ସଂପାଦକ ଭାବେ ଏବିଭିପିର ଉତ୍ତମ କୁମାର ମାଝୀ ନିର୍ବାଚିତ ହୋଇଛନ୍ତି ।ଫଳାଫଳ ଘୋଷଣା ପରେ ଏବିଭିପିର ସମର୍ଥକମାନେ କ୍ୟାମ୍ପସ ବାହାରେ ବିଜୟ ଉତ୍ସବ ମନାଇଥିଲେ । ବିଜୟୀ ପରେ ଉତ୍କଳ ବିଶ୍ୱବିଧାଳୟର ନବ ନିଯୁକ୍ତ ସଭାପତି କହିଛନ୍ତି ଉତ୍କଳ ବିଶ୍ୱବିଧାଳୟର ସମସ୍ତ ଛାତ୍ର ଛାତ୍ରଙ୍କୁ ଆମେ ଧନ୍ୟବାଦ ଦେଉଛୁ ।

ଉତ୍କଳ ବିଶ୍ୱବିଧାଳୟ କ୍ୟାମ୍ପାସରୁ ଗୁଣ୍ଡା ରାଜ ସମାପ୍ତି କରିବା ସହ ଅଣଛାତ୍ର ମୁକ୍ତ କ୍ୟାମ୍ପାସ କରିବା ଆମର ଲକ୍ଷ୍ୟ ରହିବ ।ରମାଦେବୀ ବିଶ୍ବବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଭୁବନେଶ୍ବର ବିଜେବି କଲେଜରେ ABVP ବିଜୟୀ ହୋଇଛନ୍ତି। ରାଜଧାନୀ କଲେଜରେ ବି ବାଜି ମାରିଛି ABVP । ରେଭେନ୍ସା ବିଶ୍ବବିଦ୍ୟାଳୟରେ BCJD, ଫକୀରମୋହନ ବିଶ୍ବବିଦ୍ୟାଳୟରେ BCJD ସମର୍ଥିତ ସଭାପତି ପ୍ରାର୍ଥୀ ବାଜି ମାରିଛନ୍ତି । ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟରେ BCJD, ଝାରସୁଗୁଡ଼ା ପିକେଏସଏସ କଲେଜରେ BCJD ବିଜୟୀ ହୋଇଛନ୍ତି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ABVPର ବିଜୟ ହୋଇଛି। ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟରେ ABVP ବିଜୟ ହୋଇଛି ।

Leave a Reply

Your email address will not be published. Required fields are marked *