ହାଇକୋର୍ଟଙ୍କ ଅସନ୍ତୋଷ ପରେ ପୂର୍ତ୍ତ ବିଭାଗର ତତ୍ପରତା

ନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ୍‌

ନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ୍‌ । ହାଇକୋର୍ଟଙ୍କ ଅସନ୍ତୋଷ ପରେ ପୂର୍ତ୍ତ ବିଭାଗର ତତ୍ପରତା । ଗୃହ ବିଭାଗ ଜରିଆରେ କମିଶନରେଟ ପୁଲିସ ଓ ଟ୍ରାଫିକ୍‌ ଡିସିପିଙ୍କ ମତାମତ ଲୋଡ଼ିଛି ପୂର୍ତ୍ତ ବିଭାଗ । ଭୁବନେଶ୍ୱର ପୁରୁଣା ଏୟାରପୋର୍ଟ ରାସ୍ତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ରହିଛି । ସାମ୍ନାରେ କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍‌କୁ ନେଇ ଏବେ ବଡ଼ ପ୍ରାଶାସନିକ ଏବଂ ଆଇନଗତ ବିବାଦ ସୃଷ୍ଟି ହୋଇଛି । ସରକାରୀ ରାସ୍ତା ଉପରେ ବ୍ୟାରିକେଡ୍ କରି ଯାତାୟାତରେ ବାଧା ସୃଷ୍ଟି କରାଯାଇଥିବା ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ କୋର୍ଟ ପ୍ରଶାସନର ନିଷ୍କ୍ରିୟତା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ପରେ ତତ୍ପରତା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *