ଓଡ଼ିଶାରେ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ
ଓଡ଼ିଶାରେ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ । ରାଜ୍ୟରେ ଏସବୁ କୋର୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଏବଂ ଅପରାଧ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଇବର ଠକେଇ ମାମଲାର ଶୀଘ୍ର ନ୍ୟାୟ ପ୍ରଦାନ । ଏଥିସହ ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ । ସ୍ୱତନ୍ତ୍ର ଅଦାଲତ ସାଇବର ମାମଲାଗୁଡ଼ିକର ବିଚାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ଖୋଲାଯିବ । ଜଟିଳ ଡିଜିଟାଲ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହେବ । ସାଧାରଣ କୋର୍ଟରେ ବହୁ ମାମଲା ବିଚାରାଧିନ ଥିବାରୁ ସାଇବର ମାମଲା ଗୁଡ଼ିକରେ ବିଳମ୍ବ ହୋଇଥାଏ । ସ୍ୱତନ୍ତ୍ର କୋର୍ଟ ହେବା ଫଳରେ ମାମଲାଗୁଡ଼ିକର ତ୍ବରିତ ସମାଧାନ ହୋଇପାରିବ ।
