BKTC କର୍ମଚାରୀଙ୍କୁ ଗିରଫ କଲା ପୋଲିସ
ଡେରାଡୁନ୍ ବଦ୍ରିନାଥ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ କର୍ମଚାରୀ ପ୍ରମୋଦ ନୌଟିୟାଲଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତକୁ ପଚରାଉଚରା ପାଇଁ ପୋଲିସ ଟିମ ବଦ୍ରିନାଥ ନେଇ ଯାଉଛି । ମାମଲା ରୁଜୁ ହେବା ପରେ ପ୍ରମୋଦ ନୌଟିୟାଲ ଫେରାର ରହିଥିଲେ । ପୋଲିସ ତାଙ୍କୁ ଖୋଜି ଗିରଫ କରିଛି । ମାମଲାରେ ଅନ୍ୟ ଲୋକଙ୍କ ଭୂମିକା ଯାଞ୍ଚ କରାଯାଉଛି ।ଡେରାଡୁନରୁ ଗିରଫ ହୋଇଥିବା ପ୍ରମୋଦଙ୍କୁ ନେଇ ଏସଆଇଟି ଚମୋଲି ଅଭିମୁଖେ ଯାତ୍ରା କରିଛି । ଏସଆଇଟି ପ୍ରମୋଦଙ୍କୁ ନେଇ ବଦ୍ରିନାଥରେ ପହଞ୍ଚିଛି । ପ୍ରମୋଦ ନୌଟିୟାଲଙ୍କୁ ରବିବାର ରାତି ପ୍ରାୟ ୮ଟାରେ ଡେରାଡୁନରେ ଅଟକ ରଖାଯାଇଥିଲା । ସେ ବଦ୍ରିନାଥ ମନ୍ଦିରରେ ନୈବେଦ୍ୟ ଏବଂ ଦାନ ତଦାରଖ କାର୍ଯ୍ୟ ଦାୟିତ୍ୱରେ ଥିଲେ । ବଦ୍ରିନାଥ ମନ୍ଦିରରେ ନୈବେଦ୍ୟରେ ହୋଇଥିବା ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ଏସଆଇଟି୍ ତଦନ୍ତ ନିର୍ଦ୍ଦେଶ ଦେଇଥଲେ ।
