ଦକ୍ଷିଣ ମୋଡ଼ ନେଲେ ୩ ରଥ
ରତ୍ନବେଦିକୁ ଫେରିବେ ସାଆନ୍ତେ। ଆଉ ଦିନକ ପରେ ବାହୁଡ଼ା ଯାତ୍ରା। ଶ୍ରୀଜିଉଙ୍କ ବାହୁଡ଼ା ପାଇଁ ତିନି ରଥ ନେଲେଣି ଦକ୍ଷିଣ ମୋଡ଼। ଗତକାଲି ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ଼ ନେଇଥିବା ବେଳେ ଆଜି ନନ୍ଦିଘୋଷ, ତାଳଧ୍ବଜ ରଥର ଦକ୍ଷିଣ ମୋଡ଼ କରାଯାଉଛି। ତିନି ରଥ ନାକଚଣା ଦ୍ୱାର ନିକଟରେ ମହାପ୍ରଭୁଙ୍କ ଅପେକ୍ଷାରେ ରହିବେ। ଅପୂର୍ବ ପରମ୍ପରାକୁ ଦେଖିବା ପାଇଁ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । ଭିଡକୁ ଧ୍ୟାନରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା, ଟ୍ରାଫିକ୍ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
