ହୀରାକୁଦର ୩୦ ଗେଟ୍
ହୀରାକୁଦର ଖୋଲିଲା ଆଉ ଦୁଇ ଗେଟ୍। ଏବେ ମୋଟ ୩୦ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ବଢୁଛି ହୀରାକୁଦ ଡ୍ୟାମରେ ଜଳସ୍ତର। ଏବେ ଜଳଭଣ୍ଡାର ଭିତରକୁ ଅଧିକ ବନ୍ୟା ପାଣି ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି କମ୍। ଏବେ ଜଳସ୍ତର ରହିଛି ୬୨୯ ଫୁଟ୍। ଏବେ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୬ ଲକ୍ଷ ୪୮ ହଜାର ୫୩୯ କ୍ୟୁସେକ ବନ୍ୟା ପାଣି। ସେହିପରି ପ୍ରତି ସେକେଣ୍ଡରେ ଡ୍ୟାମରୁ ନିଷ୍କାସିତ ହେଉଛି ୪ ଲକ୍ଷ ୯୬ହଜାର ୬୯ କ୍ୟୁସେକ୍ ପାଣି। ଉପରମୁଣ୍ଡରେ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଛି।
