କନ୍ଧମାଳରେ ୨ ଦିନ ସ୍କୁଲ ଛୁଟି
କନ୍ଧମାଳରେ ୨ ଦିନ ସ୍କୁଲ ଛୁଟି । ଆଜି ଓ ଆସନ୍ତାକାଲି ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖାଯିବାକୁ ଘୋଷଣା କରାଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ହେଲା ଛୁଟି ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ । ତେବେ ଏହି ସମୟରେ ପରୀକ୍ଷା ଓ ସ୍କୁଲର ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିବ । ତେବେ ପରିସ୍ଥିତି ସାଧାରଣ ହେଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି । ଲଗାଣ ବର୍ଷାରେ ଜୀବନ ଯାତ୍ରା ପ୍ରଭାବିତ ହେଉଥିବାରୁ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ମଧ୍ୟ ଅପିଲ୍ କରାଯାଇଛି ।
