ମୌସୁମୀ ଅଧିବେଶନ ପୂର୍ବରୁ ଦିଲ୍ଲୀରେ କଡ଼ା ସୁରକ୍ଷା
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଆସନ୍ତାକାଲି ଠାରୁ ଏହି ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ସଂସଦ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜନ୍ତର-ମନ୍ତରରେ ଚାଲିଥିବା ଅନଶନ ଏବଂ କକରୋଜ ଜନତା ପାର୍ଟିର ସଂସଦ ମାର୍ଚ୍ଚ ଡାକରାକୁ ଦୃଷ୍ଟିରେ ରଖି ସଂସଦ ଆଖପାଖ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ କରାଯାଇଛି ।
