ବର୍ଷାରେ ଭିଜିବ ୭ ଜିଲ୍ଲା
ରାଜ୍ୟରେ ଧୀରେ ଧୀରେ ଦୁର୍ବଳ ହେଉଛି ଲଘୁଚାପ । ତେବେ ଲଘୁଚାପର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଜାରି ରହିବ । ଦୁର୍ବଳ ହେଉଛି ଲଘୁଚାପ, ବର୍ଷାରେ ଭିଜିବ ୭ ଜିଲ୍ଲା । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ । ଆସନ୍ତାକାଲି ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ । ଅନ୍ୟ ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ନାହିଁ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ସକ୍ରିୟ ରହିଥିବାରୁ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ସେପଟେ ୨୪ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟଟି ଘନୀଭୂତ ହୋଇ ଲଘୁଚାପର ରୂପ ନେବ କି ନାହିଁ ତାହାର ସ୍ପଷ୍ଟ ଚିତ୍ର ଆସିନାହିଁ ।
