ନେପାଳରେ ମୃତ୍ୟୁ ସଂଖ୍ୟା ୭୩୪, ଏବେ ବି ୩୦୦୦ ନିଖୋଜ
ନେପାଳ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ୭୩୪ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା । ଏହା ଆହରୁ ବଢିବା ଆଶଙ୍କା ରହିଛି । ନେପାଳରେ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ରେ ପହଞ୍ଚିଥିବା ବେଳେ ପ୍ରାୟ ୩୦୦୦ ଲୋକ ଏବେ ବି ନିଖୋଜ ରହିଛନ୍ତି । ଏହା ସହିତ ଭୋଟେକୋଶୀ ନଦୀର ଜଳସ୍ତର ପୁଣି ବୃଦ୍ଧି ପାଇବାରୁ ଉଦ୍ଧାରକାରୀ ଦଳ ଓ ତଳିଆ ଅଞ୍ଚଳବାସୀଙ୍କ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି ।ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ବନ୍ୟା ଯୋଗୁଁ ୭୩୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପାଖାପାଖି ୩୦୦୦ ଜଣ ଲୋକ ନିଖୋଜ ରହିଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ରସୁୱା, ନୁୱାକୋଟ୍ ଏବଂ ଧାଦିଙ୍ଗ ଭଳି ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି । ଉପର ତ୍ରିଶୂଳୀ-୧ ଏବଂ ରସୁୱାଗଢ଼ି ଜଳବିଦ୍ୟୁତ ପ୍ରକଳ୍ପର ବିଭିନ୍ନ ସୁଡ଼ଙ୍ଗ ମଧ୍ୟରେ ଶହ ଶହ ଶ୍ରମିକ ଆଶ୍ରୟ ନେଇ ଫସି ରହିଛନ୍ତି । ସେମାନଙ୍କ ପାଖରେ ଖାଦ୍ୟ ଓ ପାଣି ପହଞ୍ଚାଇବା ତଥା ସେମାନଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ହେଲିକପ୍ଟର ଓ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି ।
