ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ

ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ସ୍ପଷ୍ଟ କଲେ ସରକାର

ଓଡ଼ିଶାରେ କାଳ ସାଜିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଅଂଶୁଘାତରେ ୧୬ ଜଣଙ୍କ ମୃତ୍ୟୁ ଅଭିଯୋଗ!, ୩ଜଣଙ୍କ ମୃତ୍ୟୁ ସ୍ପଷ୍ଟ କଲେ ସରକାର । ସାରା ରାଜ୍ୟ ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ବେଳେ , ଏପର୍ଯ୍ୟନ୍ତ ୧୬ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନର ବା SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଥିମଧ୍ୟରୁ ୩ଟି ମୃତ୍ୟୁ ମାମଲାକୁ ଆଧିକାରିକ ଭାବେ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ କେତେକ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି ।ରାଜ୍ୟରେ ଅଭିଯୋଗ ହୋଇଥିବା ୧୬ଟି ମୃତ୍ୟୁ ମଧ୍ୟରୁ ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଲୋକଙ୍କ ଅଂଶୁଘାତରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ୪ଟି ମାମଲାକୁ ଖାରଜ କରାଯାଇଥିବା ବେଳେ ବାକି ମାମଲାର ଯାଞ୍ଚ ଚାଲିଥିବା ଏସଆରସିଙ୍କ ପକ୍ଷରୁ ସୂଚନା ମିଳିଛି । SRC ଙ୍କ ଅନୁଯାୟୀ ରାଜ୍ୟର ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି। ତେବେ ପଶ୍ଚିମ ଓ ଉତ୍ତର ଓଡ଼ିଶାର ଜନସାଧାରଣଙ୍କୁ ଖରା ସମୟରେ ବାହାରକୁ ନ ବାହାରିବା ଏବଂ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *