ଆରବ ସାଗରରେ ଲଘୁଚାପ ସମ୍ଭାବନା
ଆରବ ସାଗରରେ ଲଘୁଚାପ ସମ୍ଭାବନା । ପାଣିପାଗକୁ ନେଇ ଏକ ବଡ଼ ଅପଡେଟ୍ । IMD ପକ୍ଷରୁ ଉତ୍ତର ଭାରତ ମହାସାଗର ଅଞ୍ଚଳ ପାଇଁ ‘ସାଇକ୍ଲୋନ୍ ୱାଚ୍’ ଜାରି ହୋଇଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମୁଦ୍ରରେ ଲଘୁଚାପ ବା ଅବପାତ ସୃଷ୍ଟି ହେବାର ସ୍ୱଳ୍ପରୁ ମଧ୍ୟମ ଧରଣର ସମ୍ଭାବନା ରହିଛି । ବିଶେଷ କରି ଆରବ ସାଗର ଉପରେ ପାଣିପାଗ ବିଭାଗ ନଜର ରଖିଛି। ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏଥିସହ ସପ୍ତାହର ଆରମ୍ଭରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ମେଘ ସକ୍ରିୟ ରହିବା ସହ ବର୍ଷାର ପରିମାଣ ବଢ଼ିପାରେ ।
