କେଦାରନାଥରେ ମୋବାଇଲ୍ ବ୍ୟାନ

କେଦାରନାଥ ମନ୍ଦିରରେ ମୋବାଇଲ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ

ଉତ୍ତରାଖଣ୍ଡ ସ୍ଥିତ ବାବା କେଦାରନାଥଙ୍କ କପାଟ ଆସନ୍ତାକାଲି ଖୋଲିବ । ଏହାପୂର୍ବରୁ ମନ୍ଦିର ପରିସରରେ ମୋବାଇଲ ବ୍ୟାନ୍ କରିଛି ମନ୍ଦିର କମିଟି । ମୋବାଇଲ ଫୋନ ନେଇ କେଦାରନାଥ ଯାଉଥିବା ଲୋକ ଏବେ କୌଣସି ପ୍ରକାରର ଫଟୋ ଉଠାଇପାରିବେ ନାହିଁ କି ରିଲ୍ କରିପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ଏଭଳି କରନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ତେବେ ଏହି ନିଷ୍ପତ୍ତି କେଦାରନାଥ କପାଟ ଖୋଲିବାର ଗୋଟିଏ ଦିନ ପୂର୍ବରୁ ନିଆଯାଇଛି । କେଦାରନାଥ ଧାମ କପାଟ ୨୨ ଏପ୍ରିଲ ସକାଳ ୮ଟାରେ ଖୋଲିବ । ଏହାପୂର୍ବରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି । ଗୌରୀକୁଣ୍ଡରୁ ବାବା କେଦାରଙ୍କ ଡୋଲି ଯିବା ଆରମ୍ଭ ହୋଇଛି । କେଦାରନାଥ କପାଟ ଖୋଲିବା ବେଳକୁ ଶ୍ରଦ୍ଧାଳୁ ପହଞ୍ଚି ସାରିଥିବେ । ୨୨ ଏପ୍ରିଲରୁ ୧୧ ନଭେମ୍ବର ଯାଏଁ କେଦାରନାଥ କପାଟ ଖୋଲା ରହିବ ।

Leave a Reply

Your email address will not be published. Required fields are marked *