ବଲାଙ୍ଗୀର, ମାଲକାନଗିରି ଓ ଗଜପତି ଜିଲ୍ଲାରେ ୪ ଦିନ ସମସ୍ତ ସ୍କୁଲ, କଲେଜ ଛୁଟି ବୃଦ୍ଧି

ବଲାଙ୍ଗୀରରେ ବଢ଼ିଲା ଖରା ଛୁଟି

ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ବଲାଙ୍ଗୀର, ମାଲକାନଗିରି ଓ ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ୪ ଦିନ ଛୁଟି ବୃଦ୍ଧି କରାଯାଇଛି । ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ୪୦ ଡିଗ୍ରୀ ଉପରେ ୧୪ ସହର। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି । ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆଜିଠାରୁ ୨୫ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ।ସେନେଇ ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ସେହିପରି ଗଜପତି ଜିଲ୍ଲାରେ ମଧ୍ୟ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ଦୁଇରୁ ତିନ ଦିନରେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ । ଆସନ୍ତା ୫ ଦିନ ଯାଏଁ ଲାଗି ରହିବ ତାତିର ପ୍ରଭାବ। ୧୪ ସହରର ତାପମାତ୍ରା ୪୦ ଉପରେ ରହିଛି । ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି ।ସେହିପରି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ସ୍କୁଲ. କଲେଜ ଓ ଅଙ୍ଗନବାଡି କେନ୍ଦ୍ର ୪ ଦିନ ଛୁଟି ବୃଦ୍ଧି କରାଯାଇଛି । ଏ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଜିଲ୍ଲାରେ ପ୍ରଚଣ୍ଡ ଗରମ ବୃଦ୍ଧି ଯୋଗୁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ପରୀକ୍ଷା ସମୟ ନିର୍ଘଣ୍ଟ ହୋଇଥିଲେ ସକାଳୁଆ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *