ଧକ୍କା ହେବାରୁ ବର୍ତ୍ତିଲେ ୨ଟି ଇଣ୍ଡିଗୋ ବିମାନ

ଅଳ୍ପକେ ବର୍ତ୍ତିଲେ ଦୁଇଟି ଇଣ୍ଡିଗୋ ବିମାନ

ଅଳ୍ପକେ ବର୍ତ୍ତିଲେ ଦୁଇଟି ଇଣ୍ଡିଗୋ ବିମାନ। ପରସ୍ପର ସହିତ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ବିମାନ‌ । ଏହି ଘଟଣା ହେଉଛି ଗତ ବର୍ଷ ନଭେମ୍ବର ୧୭ ତାରିଖର । ଦୁଇଟି ଯାକ ବିମାନ ଦିଲ୍ଲୀ ଏୟାରପୋର୍ଟରୁ ଟେକ୍ ଅପ୍ କରିବାର ଅଳ୍ପ ସମୟ ପରେ ଗୋଟିଏ ବିମାନ ଯେଉଁ ଦିଗରେ ଯିବା କଥା, ସେପଟେ ନ ଯାଇ ଆର ବିମାନ ଆଡ଼କୁ ମାଡ଼ି ଆସିଥିଲା। ଟ୍ରାଫିକ୍ ଆଲର୍ଟ ଆଣ୍ଡ କୋଲିଜନ୍ ଆଭଏଡାନ୍ସ ସିଷ୍ଟମ ତୁରନ୍ତ ଜଣାଇବା ପରେ ଉଭୟ ବିମାନ ପରସ୍ପରଠାରୁ ଦୂରେଇ ଯାଇଥିଲେ। ଫଳରେ ଏକ ବଡ଼ ଅଘଟଣ ଟଳି ଯାଇଥିଲା। ଏୟାରକ୍ରାଫଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ଏହାର ତଦନ୍ତ କରି କରି ପ୍ରାଥମିକ ରିପୋର୍ଟ ଦେଇଛି। ଉଭୟ ବିମାନ ମଧ୍ୟରେ ସମାନ୍ତରାଳ ଭାବେ ମାତ୍ର ଶୂନ ଦଶମିକ ୨ ନଟିକାଲ ମାଇଲ୍ ଓ ଭର୍ଟିକାଲି ୪୦୦ ଫୁଟ୍‌ର ଦୂରତା ରହିଥିଲା ।