ଓଡ଼ିଶାରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍

ଜିଲ୍ଲାପାଳଙ୍କ ବୈଠକରେ ନିର୍ବାଚନୀ ସମୀକ୍ଷା କରିବ ଟିମ୍

ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏଥିପାଇଁ ଆରମ୍ଭ ହୋଇଗଲାଣି ପୂର୍ବ ପ୍ରସ୍ତୁତି । ରାଜ୍ୟରେ କିପରି ସ୍ଥିତି ରହିଛି ତଥା ନିର୍ବାଚନ ପାଇଁ କଣ ରହିବ ଆଇନଶୃଙ୍ଖଳା ପରିସ୍ଥତି ଏହାକୁ ତଦାରଖ କରିବାକୁ ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ । ଆଜି ଭୁବନେଶ୍ୱର ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବା ସହ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିିବେ ଏହି ଟିମ୍ । ବୈଠକରେ ଭୋଟର ତାଲିକା ପ୍ରସ୍ତୁତି ନେଇ ହେବ ଆଲୋଚନା ।

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ହେବ ଚର୍ଚ୍ଚା । ତେବେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ ଓଡ଼ିଶା ଆସିବା ଖବର ଓଡ଼ିଶା ରାଜନୀତିକୁ ପୁଣି ଥରେ ଚଳଚଂଳ କରିଦେଇଛି । ଗୋଟିଏ ପରେ ତିନି ପ୍ରମୁଖ ଦଳର ରାଜନେତା ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ନିର୍ବାଚନ ଆୟୋଗଙ୍କ ଟିମ ଓଡ଼ିଶା ଆଗମନ ସଭିଙ୍କ ମନକୁ ସରଗରମ କରିଛି । କିଛିଦିନ ମଧ୍ୟରେ ତାରିଖ ଘୋଷଣା ହେବାପରେ ଆରମ୍ଭ ହୋଇଯିବ ନିର୍ବାଚନୀ କାଉଣ୍ଟଡାଉନ ।