ପ୍ରଥମ ପର୍ଯ୍ୟାୟରେ ୬ଟି ସହରରେ ହେବ ୧୯୦ଟି EV ଚାର୍ଜିଂ ଷ୍ଟେସନ୍

ରାଜ୍ୟରେ ବିଢ଼ିବ ଇଭି ଚାର୍ଜିଂ ଷ୍ଟେସନ୍

ରାଜ୍ୟରେ ବିଢ଼ିବ ଇଭି ଚାର୍ଜିଂ ଷ୍ଟେସନ୍ । ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ୍ ଜରିଆରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଚାର୍ଜିଂ ଷ୍ଟେସନ୍ କ୍ଷମତା ବଢ଼ାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଚୟନ କରୁଛନ୍ତି ହେଭି ଇଲେକ୍ଟ୍ରିକାଲ ଲିମିଟେଡର ଏକ ସ୍ୱତନ୍ତ୍ର ଟିମ୍ । ବିଶେଷ କରି ଏନ୍ଏଚ୍, ଧାର୍ମିକ ସ୍ଥାନ, ସରକାରୀ କାର୍ଯ୍ୟାଳୟ ଓ ଜନଗହଳିପୂର୍ଣ୍ଣ ଭଳି ଉପଯୁକ୍ତ ସ୍ଥାନ ବୁଲି ଦେଖୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ଯର ୬ଟି ସହର ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ ଓ ପୁରୀ ଭଳି ସ୍ଥାନରେ ୧୯୦ଟି ଚାର୍ଜିଂ ଷ୍ଟେସନ୍ କରିବା ପାଇଁ ରିପୋର୍ଟ ପ୍ରସ୍ତୁତ କରୁଛି ଟିମ ।ଏହା ଦ୍ବାରା ଇଭି ଇକୋସିଷ୍ଟମ ସୁଦୃଢ଼ ହେବ ଲୋକଙ୍କୁ ନିର୍ଭୟରେ ଇଭି ଗାଡି ନେଇ ବାହାରକୁ ଯିବାକୁ ଡର ଲାଗିବ ନାହିଁ। ଚାର୍ଜି ଷ୍ଟେସନର ଭୟ ରହିବ ନାହିଁ । ପରିବେଶ ସୁରକ୍ଷା ଓ ଜିରୋ ନେଟ ନିର୍ଗମନ ଲକ୍ଷ ହାସଲ ପାଇଁ ଏକ ବାଟ ଫିଟିବ । ଏନେଇ ଆଗାମୀ ୭ ଦିନରେ ରାଜ୍ୟ ପରିବହନ ସହ PWCO ରାହାଗିରି ଫାଉଣ୍ଡେସନ୍ ସହ ମିଶି ସାଇଟ୍ ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରିବେ ।