ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି

୫୦% ବଢ଼ିବ ବିଧାନସଭା ଓ ଲୋକସଭା ଆସନ !

କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି । ଡିଲିମିଟେସନ୍ ବିଲକୁ ମଞ୍ଜୁରି ମିଳିଥିବା ସୂଚନା । ୫୦% ଆସନ ବୃଦ୍ଧି ପ୍ରସ୍ତାବକୁ ମୋହର । ୨୫ ବର୍ଷ ପର୍ଯ୍ୟନ୍ତ କାଏମ ରହିବ ବର୍ଦ୍ଧିତ ଆସନ ସଂଖ୍ୟା । ୩୦ ତାରିଖରେ ସଂସଦରେ ଉପସ୍ଥାପିତ ହେବ ବିଲ୍ । ମହିଳାଙ୍କୁ ସଂରକ୍ଷଣ ପ୍ରଦାନ କରିବା ପାଇଁ ଆସିଥିବା ସମ୍ବିଧାନ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏହି ନିଷ୍ପତ୍ତି ଅନୁସାରେ, ସମସ୍ତ ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ସମାନ ଅନୁପାତରେ ୫୦ ପ୍ରତିଶତ ବୃଦ୍ଧି କରାଯିବ । ଏହି ବ୍ୟବସ୍ଥା ୨୦୫୧ ପର୍ଯ୍ୟନ୍ତ ଲାଗୁ ରହିବ।ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ବିଲ୍ ବା ଡିଲିମିଟେସନ୍ ବିଲକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ସାରା ଦେଶରେ ସମାନ ହାରରେ ୫୦ ପ୍ରତିଶତ ଆସନ ବୃଦ୍ଧି ପାଇଁ ବିଲରେ ପ୍ରସ୍ତାବ ରହିଥିବା ସୂତ୍ରରୁ ଜଣାପଡ଼ିଛି । ଏଥିସହ ବର୍ଦ୍ଧିତ ଆସନ ସଂଖ୍ୟାକୁ ପରବର୍ତ୍ତୀ ୨୫ ବର୍ଷ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରଖିବାକୁ ପ୍ରସ୍ତାବ ରହିଛି ।

ବର୍ତ୍ତମାନ ଲୋକସଭାର ନିର୍ଦ୍ଧାରିତ ଆସନ ସଂଖ୍ୟା ୫୪୩ ରହିଛି । ୫୦ ପ୍ରତିଶତ ବୃଦ୍ଧି ହେଲେ ଏହି ସଂଖ୍ୟା ପ୍ରାୟ ୮୧୫ରେ ପହଞ୍ଚିପାରେ ।ସେହିପରି ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ୩୧ କିମ୍ବା ୩୨କୁ ବୃଦ୍ଧି ପାଇପାରେ । ତେବେ ଆସନ ଆବଣ୍ଟନର ଚୂଡ଼ାନ୍ତ ଫର୍ମୁଲା ଉପରେ ଏହି ସଂଖ୍ୟା ନିର୍ଭର କରିବ । ସମାନ ହାରରେ ଆସନ ବୃଦ୍ଧି ପ୍ରସ୍ତାବ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଜନସଂଖ୍ୟା ଆଧାରରେ ଆସନ ପୁନଃନିର୍ଦ୍ଧାରଣ ହେଲେ ସଂସଦରେ ଦକ୍ଷିଣ ଭାରତର ପ୍ରତିନିଧିତ୍ୱ ଅନୁପାତ ହ୍ରାସ ପାଇବା ନେଇ ଆଶଙ୍କା ରହିଛି । ସବୁ ରାଜ୍ୟରେ ସମାନ ହାରରେ ଆସନ ବୃଦ୍ଧି ହେଲେ ଏହି ଆଶଙ୍କା ଦୂର ହୋଇପାରେ ।କ୍ୟାବିନେଟ୍ ମଞ୍ଜୁରି ପରେ ବିଲକୁ ସଂସଦରେ ଉପସ୍ଥାପନ କରାଯାଇପାରେ । ଆବଶ୍ୟକ ସାମ୍ବିଧାନିକ ସଂଶୋଧନ ପାଇଁ ସଂସଦରେ ଦୁଇ ତୃତୀୟାଂଶ ବହୁମତ ଯୋଗାଡ଼ କରିବା ଏନଡିଏ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

Leave a Reply

Your email address will not be published. Required fields are marked *