ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣା, ୫ ଗିରଫ

ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣା, ୫ ଗିରଫ

ପଶ୍ଚିମବଙ୍ଗରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ କରିବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସୋନାରପୁର ସାଉଥ ଅଂଚଳରେ ନିର୍ବାଚନୀ ପରବର୍ତ୍ତୀ ହିଂସାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ ଅଭିଷେକ । ଏହି ସମୟରେ ଶହ ଶହ ଲୋକେ ସେଠାରେ ଅଭିଷେକଙ୍କ ଉପରେ ଆକ୍ରମଣ କରିଥିଲେ ।ନିର୍ବାଚନ ପରବର୍ତ୍ତୀ ହିଂସାରେ ପୀଡିତ ପରିବାରକୁ ଭେଟିବାକୁ ଯାଇଥିଲେ । ଲୋକମାନେ ତାଙ୍କୁ ଆକ୍ରମଣ କରିବା ସହିତ ଅଣ୍ଡାମାଡ଼ କରିଥିଲେ । ଏହାସହିତ ଚୋର ଚୋର ବୋଲି ନାରା ଲଗାଇଥିଲେ । ଘଟଣାର ଭିଡିଓରେ ଟିଏମସି ସାଂସଦ କ୍ରିକେଟ ହେଲମେଟ୍ ପିନ୍ଧିଥିବାର ନଜର ଆସିଥିଲେ । ଭିଡିଓରେ ଅଭିଷେକ ଏବଂ ତାଙ୍କ ସହଯୋଗୀଙ୍କୁ ଅନେକ ଲୋକ ଘେରି ରହିଥିବା ଦେଖିବାକୁ ମିଳିଛି । ଲୋକଙ୍କ ଭିଡ଼ ତାଙ୍କ ଡ୍ରେସ ମଧ୍ୟ ଚିରିଦେଇଥିଲେ ।ଆକ୍ରମଣ ପଛରେ ବିଜେପି ଥିବା ଅଭିଷେକ ଅଭିଯୋଗ କରିଛନ୍ତି । ସେମାନେ ତାଙ୍କୁ ମାରିଦେବାକୁ ଚେଷ୍ଟା କରୁଥିଲେ ବୋଲି କହିଛନ୍ତି ଅଭିଷେକ ।

Leave a Reply

Your email address will not be published. Required fields are marked *