୫-ଟି ସ୍କୁଲ ଅର୍ଥ ହେରଫେର ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

‘5T ସ୍କୁଲ୍ ଅର୍ଥ ହେରଫେରର ତଦନ୍ତ ହେବ’

ଗୃହରେ 5T ଝଡ଼। 5T ସ୍କୁଲ ଅର୍ଥ ହେରଫେର ନେଇ ତଦନ୍ତ ହେବ। ବିଧାୟକଙ୍କ ଦାବିକୁ ଗ୍ରହଣ କରି ଗଣଶିକ୍ଷା ମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ। ଆବଶ୍ୟକ ହେଲେ କାର୍ଯାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ। 5T ଯୋଜନାରେ CSR ଓ ଓମବାର୍ଡସି ଫଣ୍ଡ ସହ MGNRGS ଅର୍ଥ ଖର୍ଚ୍ଚ କରି ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟ କରାଯାଇଥିଲା।ପ୍ରୋଜେକ୍ଟର ମୂଲ୍ୟ ୩୮୭ କୋଟି ୯୦ ଲକ୍ଷ ରହିଥିଲା। କିନ୍ତୁ ଗତ ସରକାର ରେ 5T ସ୍କୁଲ ଭିତ୍ତିଭୂମି ରେ ଅର୍ଥ ଠିକ୍ ଭାବେ ଖର୍ଚ୍ଚ ହୋଇନଥିବା ଅଭିଯୋଗ କରି ତଦନ୍ତ ଦାବି କରିଥିଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ପ୍ରଶ୍ନକାଳରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

Leave a Reply

Your email address will not be published. Required fields are marked *