ଘଣ୍ଟା ପ୍ରତି ୧୦କିମି ବେଗରେ ଆଗକୁ ବଢୁଛି

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା

ବଙ୍ଗୋପସାଗରରେ ବାତ୍ୟା । ଗଭୀର ଅବପାତରୁ ବାତ୍ୟାରେ ପରିଣତ ହୋଇଛି ଘୂର୍ଣ୍ଣିବଳୟ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ବିଶାଖାପାଟଣାଠାରୁ ୬୭୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଗୋପାଳପୁରଠାରୁ ଦକ୍ଷିଣରେ ୭୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ।

ଆଜି ସନ୍ଧ୍ୟା ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ । ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବା ଆକଳନ । ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନେଲୋର-ଟୁନି ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଗତିପଥ ଉପରେ ପାଣିପାଗ ବିଭାଗର ନଜର ରହିଛି ।

Leave a Reply

Your email address will not be published. Required fields are marked *