କଟକ ଐତିହାସିକ ବାଲିଯାତ୍ରାରେ ଯୋଗ ଦେବେ ରାଷ୍ଟ୍ରପତି

ବାଲିଯାତ୍ରାକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏନେଇ ରାଷ୍ଟ୍ରପତି ସମ୍ମତି ପ୍ରକାଶ କରିଛନ୍ତି। ତାଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବି ଉଦଘାଟନ ଉତ୍ସବରେ ଯୋଗ ଦେବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମହାନଦୀ ବୋଟ କ୍ଲବରୁ ଗଡଗଡ଼ିଆ ଘାଟ ଯାଏଁ ଡଙ୍ଗାରେ ଆସିବେ ଅତିଥି । ଏହାପରେ ମଞ୍ଚରେ ରହି ବାଲିଯାତ୍ରାକୁ ଉଦଘାଟନ କରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *