ଦିଲ୍ଲୀରେ ଭୁଶୁଡ଼ିଲା ନିର୍ମାଣାଧୀନ ୩ ମହଲା କୋଠା
ଦିଲ୍ଲୀ ଚାୱଡ଼ି ବଜାର ଅଞ୍ଚଳରେ ଏକ ନିର୍ମାଣାଧୀନ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏହି ଘଟଣାରେ ଅନେକ ଲୋକ ଭଙ୍ଗା କୋଠା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।ଖବର ମୁତାବକ, ଗୁରୁବାର ସକାଳ ୯ଟା ୫୦ ମିନିଟରେ ଗଳି ସତ୍ତାରା, ଶୀଶ ମହଲ ଅଞ୍ଚଳରେ ମେଟ୍ରୋ ଷ୍ଟେସନ ସମ୍ମୁଖରେ କୋଠା ଭୁଶୁଡ଼ିବା ନେଇ ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ମୋଟ ୬ଟି ଗାଡ଼ି ନିୟୋଜିତ ହୋଇଛି । ଭଙ୍ଗା କୋଠାର ମାଟି ଓ ଆବର୍ଜନା ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।
