ଦକ୍ଷିଣ ଓଡ଼ିଶାକୁ ଭିଜାଇବ ବାତ୍ୟା ମୁରାସୁ

କାଲିଠୁ ବର୍ଷା ନେଇ ସତର୍କ ସୂଚନା

ଆସୁଛି ବାତ୍ୟା ମୁରାସୁ, ପୁଣି ଦକ୍ଷିଣ ଓଡ଼ିଶାକୁ ଭିଜାଇବ। କାଲିଠୁ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କାଲି ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୩ ତାରିଖରେ ବଢ଼ିବ ବର୍ଷା ପରିମାଣ। ଏଥିପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। ବାକି ଜିଲ୍ଲାଗୁଡ଼ିକୁ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ୪ ତାରିଖରେ ବି ସାରା ଓଡ଼ିଶାକୁ ବର୍ଷା ପବନ ନେଇ ୱାର୍ଣ୍ଣି ଜାରି ହୋଇଛି।

Leave a Reply

Your email address will not be published. Required fields are marked *