ସୁନେଲିତା ଟପ୍ପୋ ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର
୨୦୨୬ ପାଇଁ ଘୋଷଣା ହୋଇଛି ସମ୍ମାନଜନକ ୩୪ତମ ଏକଲବ୍ୟ ପୁରସ୍କାର ଘୋଷଣା। ହକି ଖେଳାଳି ସୁନେଲିତା ଟପ୍ପୋ ପାଇବେ ଏକଲବ୍ୟ ପୁରସ୍କାର। ପୁରସ୍କାର ବାବଦରେ ନଗଦ ୭ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ। ୨୦୨୬ ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ହକି ଦଳର ସ୍ୱର୍ଣ୍ଣ ପଦକ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଏହାସହିତ ୨୦୨୬ ମହିଳା ହକି ବିଶ୍ୱକପ୍ ରେ ମଧ୍ୟ ଭାରତ ପାଇଁ ଗୋଲ୍ ସ୍କୋର କରିଥିଲେ। ୨୦୨୪ ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଟିମର ମଧ୍ୟ ସେ ସଦସ୍ୟା ଥିଲେ। ସେହିପରି ହକି ଖେଳାଳି ଅମନଦୀପ ଲାକ୍ରା ଏବଂ ବ୍ୟାଡମିଣ୍ଟନ ଖେଳାଳି ତନଭୀ ପାତ୍ରୀ ହୋଇଛନ୍ତି ଉପବିଜେତା। ଉଭୟଙ୍କୁ ମାନପତ୍ର ସହ ଦେଢ଼ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ। ୧୯୯୩ରୁ ‘ଇମ୍ପାକ୍ଟ’ ପକ୍ଷରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି।
